ପଠନ
ବିକଳ୍ପ

Xନମସ୍କାର,
ମୁଁ ଆମ ବଟ୍

ମୁଁ ଆପଣଙ୍କୁ କିପରି ସାହାଯ୍ୟ କରିପାରିବି?

ଅଧିକ ଜାଣିବାକୁ ଚାହୁଁଛନ୍ତି

କୃଷି ରେ

ବୃତ୍ତି

ଜୈବିକ କୃଷି ଟେକ୍ନିସିଆନ୍


ଜୈବିକ କୃଷି ଟେକ୍ନିସିଆନ୍

NCS Code: 6111.0300

ଜୈବିକ କୃଷି ଟେକ୍ନିସିଆନ୍, ପ୍ରାକୃତିକ ଏବଂ ପରିବେଶ ଅନୁକୂଳ ଚାଷ ପ୍ରଣାଳୀ ବ୍ୟବହାର କରି ଫସଲ ଉତ୍ପାଦନରେ ସହାୟତା କରିଥାନ୍ତି । ସେମାନେ କୌଣସି କୃତ୍ରିମ କିମ୍ବା ରାସାୟନିକ ସାର ଏବଂ କୀଟନାଶକ ବ୍ୟବହାର ନକରି ମାଟିର ସ୍ୱାସ୍ଥ୍ୟ ରକ୍ଷା, କମ୍ପୋଷ୍ଟ ବା ଖତ ପ୍ରସ୍ତୁତି, କୀଟ ନିୟନ୍ତ୍ରଣ ଏବଂ ଫସଲ ଉତ୍ପାଦନ ପ୍ରକ୍ରିୟାର ପରିଚାଳନାରେ ସାହାଯ୍ୟ କରନ୍ତି । ଜୈବିକ କୃଷି ଟେକ୍ନିସିଆନ୍‌ମାନେ କୃଷି କାର୍ଯ୍ୟର ତଦାରଖ କରନ୍ତି, ଜୈବିକ ପ୍ରମାଣୀକରଣ ମାନଦଣ୍ଡ ବଜାୟ ରଖନ୍ତି ଏବଂ ମାଟିର ଉର୍ବରତା, ଜୈବ ବିବିଧତା ଓ ସୁରକ୍ଷିତ ଖାଦ୍ୟ ଉତ୍ପାଦନକୁ ପ୍ରୋତ୍ସାହିତ କରୁଥିବା ସ୍ଥାୟୀ କୃଷି ଜ୍ଞାନକୌଶଳ ଆପଣାଇବାରେ ଚାଷୀମାନଙ୍କୁ ସହଯୋଗ କରିଥାନ୍ତି।

ଆବଶ୍ୟକ ଦକ୍ଷତା :
  • ଉଦ୍ଭିଦ ବିଜ୍ଞାନ ଏବଂ କୃଷି ବିଷୟରେ ଜ୍ଞାନ।

  • ପ୍ରାକୃତିକ ପଦ୍ଧତିରେ କୀଟ ଏବଂ ରୋଗ ନିୟନ୍ତ୍ରଣ କରିବା।

  • ପର୍ଯ୍ୟବେକ୍ଷଣ ଏବଂ ବିଶ୍ଳେଷଣାତ୍ମକ ଦକ୍ଷତା।

  • ପରିବେଶ ସଚେତନତା।

  • ଯୋଗାଯୋଗ ଏବଂ ଦଳଗତ କାର୍ଯ୍ୟ କରିବାର ଦକ୍ଷତା

ସଫଳତାର କାହାଣୀ

ସୁଭାଷ ପାଲେକର

ସୁଭାଷ ପାଲେକର ଜଣେ ଜଣାଶୁଣା ଭାରତୀୟ କୃଷି ବିଶେଷଜ୍ଞ, ଯିଏ 'ଜିରୋ ବଜେଟ୍ ପ୍ରାକୃତିକ କୃଷି' ର ପ୍ରୋତ୍ସାହନ ପାଇଁ ବେଶ୍ ପରିଚିତ, ଯାହା ଏକ ପ୍ରକାରର ଜୈବିକ ଏବଂ ରାସାୟନିକ ମୁକ୍ତ ଚାଷ ପ୍ରଣାଳୀ ଅଟେ । ଗୋବର ଏବଂ ଗୋମୂତ୍ର ଭଳି ପ୍ରାକୃତିକ ଉପାଦାନଗୁଡ଼ିକୁ ବ୍ୟବହାର କରି ତାଙ୍କର ଅଭିନବ ପଦ୍ଧତି ମାଧ୍ୟମରେ, ସେ ସମଗ୍ର ଭାରତରେ ହଜାର ହଜାର ଚାଷୀଙ୍କୁ ସ୍ଥାୟୀ କୃଷି ପ୍ରଣାଳୀ ଆପଣାଇବାରେ ସାହାଯ୍ୟ କରିଛନ୍ତି । ତାଙ୍କର ଏହି କାର୍ଯ୍ୟ ଜୈବିକ କୃଷି ଆନ୍ଦୋଳନକୁ ବହୁଭାବେ ପ୍ରଭାବିତ କରିଛି ଏବଂ ପରିବେଶ ଅନୁକୂଳ କୃଷିକୁ ବେଶ୍ ପ୍ରୋତ୍ସାହିତ କରିଛି।


ଉତ୍ସ

ଅଧିକ ସୂଚନା ପାଇଁ, ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ