ପଠନ
ବିକଳ୍ପ

Xନମସ୍କାର,
ମୁଁ ଆମ ବଟ୍

ମୁଁ ଆପଣଙ୍କୁ କିପରି ସାହାଯ୍ୟ କରିପାରିବି?

ଅଧିକ ଜାଣିବାକୁ ଚାହୁଁଛନ୍ତି

ଇଞ୍ଜିନିୟରିଂ ରେ

ବୃତ୍ତି

କ୍ଲାଉଡ୍ ଇଞ୍ଜିନିୟର


କ୍ଲାଉଡ୍ ଇଞ୍ଜିନିୟର

ଜଣେ କ୍ଲାଉଡ୍ ଇଞ୍ଜିନିୟର ଏଡବ୍ଲୁଏସ୍  (AWS), ଆଜୀୟୋର୍  (Azure) ଏବଂ ଗୁଗୁଲ୍ କ୍ଲାଉଡ୍ (Google Cloud) ଭଳି ପ୍ଲାଟଫର୍ମରେ ସ୍କେଲେବଲ୍ କ୍ଲାଉଡ୍ ଭିତ୍ତିଭୂମିର ଡିଜାଇନ୍, ଏବଂ ପରିଚାଳନା କରନ୍ତି । ସେମାନେ ଅଟୋମେସନ୍, ସିଆଇ/ସିଡ଼ି(CI/CD) ପାଇପଲାଇନ୍, କଣ୍ଟେନରାଇଜେସନ୍ ଟେକ୍ନୋଲୋଜି (ଯେପରିକି ଡକର୍ ଏବଂ କୁବେରନେଟେସ୍) ରେ ଦକ୍ଷ ଅଟନ୍ତି ।

ଆବଶ୍ୟକ ଦକ୍ଷତା :
  • ବୈଷୟିକ ଦକ୍ଷତା 

  • ବିଶ୍ଳେଷଣାତ୍ମକ ଦକ୍ଷତା 

  • ସମସ୍ୟା ସମାଧାନ ଦକ୍ଷତା 

  • ପରିଚାଳନା ଦକ୍ଷତା

ସଫଳତାର କାହାଣୀ

ହେମନ୍ତ କୁମାର ସାହୁ

ଭୁବନେଶ୍ୱରର କ୍ଲାଉଡ୍ ଇଞ୍ଜିନିୟର ହେମନ୍ତ କୁମାର ସାହୁ ଡାଟା ଇଞ୍ଜିନିୟରିଂରେ ୧୮ ବର୍ଷରୁ ଅଧିକ ଅଭିଜ୍ଞତା ସହିତ, କ୍ଲାଉଡ୍ ଟେକ୍ନୋଲୋଜି, ବିଶେଷକରି Azure ରେ ସମ୍ପୂର୍ଣ୍ଣ ଦକ୍ଷତା ହାସଲ କରିଛନ୍ତି । ସେ ସ୍କେଲେବଲ୍ ଡାଟା ସମାଧାନ - ପ୍ରସ୍ତୁତ କରିବା, Tableau, Power BI, Python ଏବଂ Big Data ଟେକ୍ନୋଲୋଜି ଭଳି ଜରୁରୀ ସଫ୍ଟୱେୟାର ବ୍ୟବହାରରେ ମଧ୍ୟ ଦକ୍ଷ । ନିଜର ବୃତ୍ତିଗତ ସଫଳତା ବ୍ୟତୀତ, ହେମନ୍ତ ଶିକ୍ଷାଦାନ ପ୍ରତି ଆଗ୍ରହୀ ଏବଂ Microsoft Excel, SQL ପ୍ରୋଗ୍ରାମିଂ ଏବଂ Power BI ରେ ଅନଲାଇନ୍ ତଥା ପ୍ରତ୍ୟକ୍ଷ ତାଲିମ ପ୍ରଦାନ କରନ୍ତି । ଦକ୍ଷତା ବୃଦ୍ଧି ପାଇଁ ତାଙ୍କର ଏହି ନିଷ୍ଠା କ୍ଲାଉଡ୍ କମ୍ପ୍ୟୁଟିଂ କ୍ଷେତ୍ରରେ ଅନ୍ୟମାନଙ୍କୁ ସଶକ୍ତ କରୁଛି ।


ଉତ୍ସ

ଅଧିକ ସୂଚନା ପାଇଁ, ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ