
ପଠନ
ବିକଳ୍ପ
ଅଧିକ ଜାଣିବାକୁ ଚାହୁଁଛନ୍ତି
ଏରୋନଟିକାଲ୍ ଇଞ୍ଜିନିୟର ହେଉଛନ୍ତି ଜଣେ ବୃତ୍ତିଗତ ବ୍ୟକ୍ତି ଯିଏ ବିମାନ ଏବଂ ବିମାନ ସମ୍ବନ୍ଧୀୟ ଡିଜାଇନ୍ (ନକ୍ସା), ବିକାଶ, ପରୀକ୍ଷଣ ଏବଂ ରକ୍ଷଣାବେକ୍ଷଣ କରନ୍ତି । ଏଥିରେ ଉଡାଜାହାଜ, ହେଲିକପ୍ଟର, ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର (missiles) ଅନ୍ତର୍ଭୁକ୍ତ । ସେମାନେ ଉଡାଣ ସମୟରେ ସୁରକ୍ଷା, ଇନ୍ଧନ ଦକ୍ଷତା, ଗତି ଏବଂ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ କାମ କରନ୍ତି। ଏହି ଇଞ୍ଜିନିୟରମାନେ ଏରୋଡାଇନାମିକ୍ସ (ବାୟୁଗତି ବିଜ୍ଞାନ), ମେଟେରିଆଲ୍ ସାଇନ୍ସ (ପଦାର୍ଥ ବିଜ୍ଞାନ), ପ୍ରୋପଲସନ୍ ସିଷ୍ଟମ୍ (ଇଞ୍ଜିନ୍ ଚାଳନା ଶକ୍ତି) ଏବଂ ଏଭିଓନିକ୍ସ (ବିମାନରେ ବ୍ୟବହୃତ ଇଲେକ୍ଟ୍ରୋନିକ୍ସ) ରେ ବିଶେଷଜ୍ଞ ହୋଇଥାନ୍ତି । ଏରୋନଟିକାଲ୍ ଇଞ୍ଜିନିୟରମାନେ ପ୍ରାୟତଃ ପ୍ରତିରକ୍ଷା ସଂସ୍ଥା, ମହାକାଶ ଗବେଷଣା କେନ୍ଦ୍ର, ବିମାନ ନିର୍ମାଣକାରୀ କମ୍ପାନୀ ଏବଂ ଗବେଷଣାାଗାରରେ କାମ କରନ୍ତି ।
ବାୟୁଗତି ବିଜ୍ଞାନ
ଇଞ୍ଜିନ୍ ଚାଳନା ଶକ୍ତି
ପଦାର୍ଥ ବିଜ୍ଞାନ
ଗାଠନିକ ବିଶ୍ଳେଷଣ
ତାପଗତି ବିଜ୍ଞାନ
ଜଣେ ବିଶିଷ୍ଟ ଏରୋସ୍ପେସ୍ ବୃତ୍ତିଧାରୀ ଭାବେ ନଳିନୀ ରଞ୍ଜନ ମହାନ୍ତି ୧୯୭୧ ମସିହାରେ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (HAL), ବେଙ୍ଗାଲୁରୁରେ ଯୋଗ ଦେଇ ପରବର୍ତ୍ତୀ ସମୟରେ ଏହାର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ। ତିନି ଦଶନ୍ଧିରୁ ଅଧିକ ସମୟ ଧରି ସେ ଏରୋଇଞ୍ଜିନ ଏବଂ ବିମାନ ନିର୍ମାଣ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଥିଲେ ଏବଂ ଶେଷରେ ୨୦୦୧ ମସିହାରେ HAL ର ନେତୃତ୍ୱ ନେଇଥିଲେ। ସେ ସାଧାରଣରେ "ମିଗ୍ ମ୍ୟାନ୍" (MiG man) ଭାବରେ ବେଶ୍ ପରିଚିତ। ଇସ୍ରାଏଲର ଆଭିଓନିକ୍ସ କ୍ଷେତ୍ର ସହ ମିଶି 'ଧ୍ରୁବ ଆଡଭାନ୍ସଡ୍ ଲାଇଟ୍ ହେଲିକପ୍ଟର'ର ବିକାଶରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତାଙ୍କ ନେତୃତ୍ୱରେ HAL ଭାରତର ଅନ୍ୟତମ ଶୀର୍ଷ ଲାଭଜନକ ସରକାରୀ ସଂସ୍ଥା (PSU) ଭାବେ ଉଭା ହୋଇଥିଲା। ୨୦MD୪ ମସିହାରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେବା ପରେ, ସେ ପରବର୍ତ୍ତୀ ସମୟରେ IMFA ଏବଂ ଡାଇନାମାଟିକ୍ ଟେକ୍ନୋଲୋଜିରେ ଜଣେ ସ୍ୱାଧୀନ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ।
ଜଣେ ଏରୋନଟିକାଲ୍ ଇଞ୍ଜିନିୟର ଡ୍ରୋନ୍ ଟେକ୍ନୋଲୋଜି, ଡିଜାଇନ୍, ବିମାନ ଚଳାଚଳ ପରାମର୍ଶ କିମ୍ବା ବିମାନ ରକ୍ଷଣାବେକ୍ଷଣ ସେବା ଭଳି ବ୍ୟବସାୟ ଆରମ୍ଭ କରି ଜଣେ ଉଦ୍ୟୋଗୀ ହୋଇପାରିବେ । ଏହି କ୍ଷେତ୍ରରେ ସଫଳ ହେବା ପାଇଁ ଦୃଢ଼ ବୈଷୟିକ ଜ୍ଞାନ, ନୂତନ ଚିନ୍ତାଧାରା ଏବଂ ବିମାନ ଚଳାଚଳ ନିୟମାବଳୀ ବିଷୟରେ ଜ୍ଞାନ ଆବଶ୍ୟକ । ଉଦ୍ୟୋଗୀମାନେ ବ୍ୟବସାୟିକ ବ୍ୟବହାର ପାଇଁ UAV (ଡ୍ରୋନ୍) ବିକାଶ କରିପାରିବେ, ମହାକାଶ ଜ୍ଞାନକୌଶଳ ସମାଧାନ ବାହାର କରିପାରିବେ, କିମ୍ବା ବିମାନ ଚଳାଚଳ ଦକ୍ଷତା ପାଇଁ ତାଲିମ ଅନୁଷ୍ଠାନ ଖୋଲିପାରିବେ ।
ଚଳପ୍ରଚଳ ଜନିତ ଅକ୍ଷମତା (ସାମାନ୍ୟରୁ ମଧ୍ୟମ)
ଶ୍ରବଣ ବାଧାପ୍ରାପ୍ତ
ବାକ୍ ଅକ୍ଷମତା
ଦୃଷ୍ଟିଶକ୍ତି ବାଧାପ୍ରାପ୍ତ (ଆଂଶିକ)