ପଠନ
ବିକଳ୍ପ

Xନମସ୍କାର,
ମୁଁ ଆମ ବଟ୍

ମୁଁ ଆପଣଙ୍କୁ କିପରି ସାହାଯ୍ୟ କରିପାରିବି?

ଅଧିକ ଜାଣିବାକୁ ଚାହୁଁଛନ୍ତି

ନିରପେକ୍ଷ କ୍ଷେତ୍ର ରେ

ବୃତ୍ତି

ଇଭେଣ୍ଟ୍ ମ୍ୟାନେଜର୍


ଇଭେଣ୍ଟ୍ ମ୍ୟାନେଜର୍

NCS Code: 3332.0100

ଜଣେ ଇଭେଣ୍ଟ୍ ମ୍ୟାନେଜର୍ ବିବାହ, ସମ୍ମିଳନୀ, ସଂଗୀତ ବା ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ କର୍ପୋରେଟ୍ ଉତ୍ସବ ଭଳି ବିଭିନ୍ନ କାର୍ଯ୍ୟକ୍ରମର ଯୋଜନା, ସମନ୍ୱୟ ଏବଂ ପରିଚାଳନା କରନ୍ତି । ସେମାନେ ବଜେଟ୍ ପ୍ରସ୍ତୁତ କରିବା, ସ୍ଥାନ ଚୟନ (Venue selection), ବିକ୍ରେତାଙ୍କ ସହ ବୁଝାମଣା, ଲଜିଷ୍ଟିକ୍ସ, ମାର୍କେଟିଂ ଏବଂ କାର୍ଯ୍ୟକ୍ରମ ସ୍ଥଳରେ ସମସ୍ତ କାର୍ଯ୍ୟର ସଫଳ ରୂପାୟନ କରିବା ସହିତ ଟିମ୍ ପରିଚାଳନା ଓ ସମସ୍ୟାର ସମାଧାନ କରନ୍ତି । ନିର୍ଦ୍ଧାରିତ ସମୟ ଏବଂ ବଜେଟ୍ ମଧ୍ୟରେ ଏକ ସ୍ମରଣୀୟ ଅନୁଭୂତି ପ୍ରଦାନ କରିବା ପାଇଁ ସୁଦୃଢ଼ ସାଂଗଠନିକ ଦକ୍ଷତା, ସୃଜନଶୀଳତା, ଯୋଗାଯୋଗ ଏବଂ ସଙ୍କଟ ପରିଚାଳନା (Crisis management) ଦକ୍ଷତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ଆବଶ୍ୟକ ଦକ୍ଷତା :
  • ଦୃଢ ଯୋଗାଯୋଗ ଏବଂ ଆନ୍ତଃବ୍ୟକ୍ତିକ ଦକ୍ଷତା

  • ସୃଜନଶୀଳତା, ଦଳଗତ କାର୍ଯ୍ୟ ଏବଂ ସମନ୍ୱୟ

  • ସମୟ ପରିଚାଳନା ଏବଂ ସାଂଗଠନିକ ଦକ୍ଷତା

  • ସମସ୍ୟା ସମାଧାନ ଏବଂ ନିଷ୍ପତ୍ତି ନେବାର କ୍ଷମତା

  • ସୂକ୍ଷ୍ମ ବିବରଣୀ ପ୍ରତି ଧ୍ୟାନ

  • ନେତୃତ୍ୱ ଏବଂ ଦଳଗତ ସମନ୍ୱୟ

  • ବଜେଟ୍ ପରିଚାଳନା

  • ବୁଝାମଣା କରିବାର ଦକ୍ଷତା (Negotiation skills)

  • ଚାପରେ କାର୍ଯ୍ୟ କରିବାର କ୍ଷମତା

ସଫଳତାର କାହାଣୀ

ରମେଶ ବାରିକ

ଓଡ଼ିଶାର ଢେଙ୍କାନାଳର ଏକ ଛୋଟ ଗାଁରେ ବଡ଼ ହୋଇଥିବା ରମେଶ ବାରିକଙ୍କ ପାଖରେ କେବଳ ବଡ଼ ସ୍ୱପ୍ନ ଏବଂ ସିନେମା ପ୍ରତି ଅହେତୁକ ଭଲପାଇବା ଥିଲା । ଜଣେ ସାଧାରଣ ବାଳକ ଭାବରେ ତାଙ୍କ ପାଖରେ ନା ଅର୍ଥ ଥିଲା ନା କାହାର ସାହାଯ୍ୟ, ତେଣୁ ସେ ଜଣେ ସାଧାରଣ ଫଟୋଗ୍ରାଫର ଭାବରେ ନିଜର କ୍ୟାରିୟର୍ ଆରମ୍ଭ କରିଥିଲେ। ସେ ଦିନକୁ ୧୮ ଘଣ୍ଟା କଠିନ ପରିଶ୍ରମ କରିବା ସହିତ ଲୋକଙ୍କ ଗହଳିକୁ ପରିଚାଳନା କରିବା ଏବଂ ସ୍ଥାନୀୟ ଷ୍ଟେଜ୍ ଶୋ’ ଆୟୋଜନ କରିବା ଶିଖିଥିଲେ। ଧୀରେ ଧୀରେ ସେ ନିଜର କମ୍ପାନୀ 'ଆର୍.ଆର୍. ଇଭେଣ୍ଟସ୍' (RR Events) ପ୍ରତିଷ୍ଠା କଲେ ଏବଂ ଜଣେ ଗାଉଁଲି ପୁଅରୁ ଆଜି ସେ ଜଣେ ବିଶ୍ୱସ୍ତରୀୟ ନେତା ଭାବେ ଉଭା ହୋଇଛନ୍ତି, ଯିଏ ଦୁବାଇ, ସିଙ୍ଗାପୁର ଏବଂ ଲଣ୍ଡନ ଭଳି ସ୍ଥାନରେ ୧,୮୦୦ ରୁ ଅଧିକ କାର୍ଯ୍ୟକ୍ରମ ପରିଚାଳନା କରିସାରିଛନ୍ତି । ତାଙ୍କ କାହାଣୀ ପ୍ରମାଣ କରେ ଯେ, ଯଦି ଆପଣ ଏକ ଛୋଟ କ୍ୟାମେରା ଏବଂ ନିଜ ଗାଁରୁ କଠିନ ପରିଶ୍ରମ ଆରମ୍ଭ କରନ୍ତି, ତେବେ ଆପଣ ଦିନେ ଚଳଚ୍ଚିତ୍ର ନିର୍ମାଣ କରିବା ସହ ବିଶ୍ୱର ବଡ଼ ବଡ଼ ଆୱାର୍ଡ ନାଇଟ୍ (ସମ୍ମାନ ସମାରୋହ) ଗୁଡ଼ିକୁ ମଧ୍ୟ ପରିଚାଳନା କରିପାରିବେ।


ଉତ୍ସ

ଅଧିକ ସୂଚନା ପାଇଁ, ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ