ପଠନ
ବିକଳ୍ପ

Xନମସ୍କାର,
ମୁଁ ଆମ ବଟ୍

ମୁଁ ଆପଣଙ୍କୁ କିପରି ସାହାଯ୍ୟ କରିପାରିବି?

ଅଧିକ ଜାଣିବାକୁ ଚାହୁଁଛନ୍ତି

ସହାୟକ ସ୍ବାସ୍ଥ୍ୟ ବିଜ୍ଞାନ ରେ

ବୃତ୍ତି

ଆନେସ୍ଥେସିଆ ଟେକ୍ନିସିଆନ୍


ଆନେସ୍ଥେସିଆ ଟେକ୍ନିସିଆନ୍

NCS CODE: 3212.0301

ଆନେସ୍ଥେସିଆ ଟେକ୍ନିସିଆନ୍ ହେଉଛନ୍ତି ଜଣେ ପ୍ରଶିକ୍ଷିତ ସ୍ୱାସ୍ଥ୍ୟ କର୍ମୀ, ଯିଏ ଅସ୍ତ୍ରୋପଚାର (ଅପରେସନ୍) ସମୟରେ ଆନେସ୍ଥେସିଓ ଲୋଜିଷ୍ଟଙ୍କୁ ସହଯୋଗ କରନ୍ତି । ସେ ଆନେସ୍ଥେସିଆ ଦେବା ପାଇଁ ଦରକାରି ଯନ୍ତ୍ରପାତି ପ୍ରସ୍ତୁତ କରନ୍ତି, ସେଗୁଡ଼ିକ ଠିକ୍ ଭାବେ କାମ କରୁଛି କି ନାହିଁ ଦେଖନ୍ତି ଏବଂ ତାହାର ଯତ୍ନ ନିଅନ୍ତି  । ଅପରେସନ୍ ସମୟରେ ରୋଗୀ ଆନେସ୍ଥେସିଆ  ପ୍ରଭାବରେ ଥିବାବେଳେ ସେ ରୋଗୀଙ୍କୁ ନିରନ୍ତର ଭାବେ ଦେଖାରଖା କରନ୍ତି  ।  

ଆବଶ୍ୟକ ଦକ୍ଷତା :
  • ପର୍ଯ୍ୟବେକ୍ଷଣ ଦକ୍ଷତା 

  • ନିଷ୍ପତ୍ତି ନେବାର ଦକ୍ଷତା 

  • ଯୋଗାଯୋଗ ଦକ୍ଷତା 

  • ସମନ୍ୱୟ ଦକ୍ଷତା 

  • ଉପସ୍ଥିତ ବୁଦ୍ଧିମତା

ସଫଳତାର କାହାଣୀ

Mr Prakash

ପ୍ରକାଶ କେଜି ହସ୍ପିଟାଲରେ ଜଣେ ଆନେସ୍ଥେସିଆ ଟେକ୍ନିସିଆନ୍ ଭାବରେ ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ ଏବଂ ୩୪ ବର୍ଷରୁ ଅଧିକ ସମୟ ଧରି ନିଷ୍ଠାର ସହ କାର୍ଯ୍ୟ କରିଥିଲେ । ନିଜର କଠିନ ପରିଶ୍ରମ ଏବଂ ଅଭିଜ୍ଞତା ବଳରେ ସେ ଜଣେ ଟେକ୍ନିସିଆନ୍‌ରୁ ପଦୋନ୍ନତି ପାଇ ଅପରେସନ୍ ଥିଏଟର (OT) ର ଜେନେରାଲ୍ ମ୍ୟାନେଜର୍ ହୋଇପାରିଛନ୍ତି । ଆଜି ସେ ଓଟି (OT) ରେ ଜଣେ 'ଅଲ୍‌ରାଉଣ୍ଡର୍' ଭାବେ ବେଶ୍ ପରିଚିତ । ସେ କର୍ମଚାରୀମାନଙ୍କୁ ମାର୍ଗଦର୍ଶନ ଦେବା ସହ ହଜାର ହଜାର ଅସ୍ତ୍ରୋପଚାର ଯେପରି ସୁରୁଖୁରୁରେ ଓ ନିରାପଦରେ ସମ୍ପନ୍ନ ହେବ, ତାହା ନିଶ୍ଚିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି।


ଉତ୍ସ

ଅଧିକ ସୂଚନା ପାଇଁ, ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ